କଟକ – କରୋନା ଭାଇରସ ସଂକ୍ରମଣର ଆଶଙ୍କାକୁ ଆଖି ଆଗରେ ରଖି ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ପରିପ୍ରେକ୍ଷୀରେ ଓଡିଶା ହାଇକୋର୍ଟର ସମସ୍ତ କାର୍ଯ୍ୟକୁ ଏପ୍ରିଲ ୧୫ ଯାଏ ନିଲମ୍ବିତ କରିଦିଆ ଯାଇଛି । କୋର୍ଟ ପକ୍ଷରୁ ଜାରୀ ଏକ ନୋଟିଫିକେସନରେ ଏହି ସୂଚନା ଦିଆ ଯାଇଛି ।
ଏହି ନୋଟିଫିକେସନରେ କୁହା ଯାଇଛି ଯେ କୋବିଡ-୧୯ ବ୍ୟାପିବାର ଆଶଙ୍କାକୁ ଆଖି ଆଗରେ ରଖି ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ ଡାଉନ ପରିପ୍ରେକ୍ଷୀରେ ମାନ୍ୟବର ନ୍ୟାୟାଳୟ ହାଇକୋର୍ଟର ସମସ୍ତ କାମକୁ ୨୬ ମାର୍ଚରୁ ୧୪ ଏପ୍ରିଲ ଯାଏ ନିଲମ୍ବିତ କରିବାକୁ ନିଷ୍ପତି ନେଇଛନ୍ତି । ତେବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ମାମଲା ଗୁଡିକୁ ଡେପୁଟି ରେଜଷ୍ଟ୍ରାରଙ୍କ ନିକଟରେ ଦ ଇମେଲ ଜରିଆରେ ଫାଇଲ କରା ଯାଇ ପାରିବ ବୋଲି ଏଥିରେ ଉଲ୍ଲେଖ ରହିଛି ।