
-
ଏଜି ଛକକୁ ରାଜମହଲ ଛକ ଓ ୟୁନିଟ-୧ ହାଇସ୍କୁଲ ପଡିଆରେ ବସିବେ ବ୍ୟବସାୟୀ
ଭୁୁବନେଶ୍ୱର – କରୋନା ଭାଇରସ ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ନିର୍ଦେଶ ଦିଆ ଯାଇଥିବା ସତ୍ୱେ ୟୁନିଟ- ୧ ସ୍ଥିତ ହାଟରେ ଆବଶ୍ୟକୀୟ ସ୍ଥାନର ଅଭାବରୁ ଏହାକୁ ପାଳନ କରା ଯାଇ ପାରୁ ନ ଥିବା କାରଣରୁ ହାଟକୁ ଏଜି ଛକକୁ ରାଜମହଲ ଛକ ଓ ୟୁନିଟ-୧ ହାଇସ୍କୁଲ ପଡିଆକୁ ଉଠାଇ ନିଆ ଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କରେ ନିଷ୍ପତି ଗ୍ରହଣ କରା ଯାଇଛି । ବର୍ତମାନ ହାଟର ବ୍ୟବସାୟୀ ମାନେ ଏଜି ଛକକୁ ରାଜମହଲ ଛକରେ ବସିବେ ଓ କିଛି ବ୍ୟବସାୟୀ ୟୁନିଟ-୧ ହାଇସ୍କୁଲ ପଡିଆରେ ବସିବେ ବୋଲି ଜଣା ପଡିଛି । ମହାମାରୀ କରୋନା ପାଇଁ ଏହାକୁ ୪୫ ଦିନ ଯାଏ ସ୍ଥାନାନ୍ତରିତ କରା ଯାଇଛି ।
ଏ ସମ୍ପର୍କରେ ନିଷ୍ପତି ଗ୍ରହଣ କରା ଯିବା ପରେ ପୋଲିସ ପକ୍ଷରୁ ଗୁରୁବାର ଦିନ ଡାକବାଜୀ ଯନ୍ତ୍ର ଜରିଆରେ ହାଟର ବ୍ୟବସାୟୀ ମାନଙ୍କୁ ଏ ସମ୍ପର୍କରେ ସୂଚିତ କରା ଯାଇଥିଲ।। ଏହା ପରେ ବ୍ୟବସାୟୀ ମାନେ ନିର୍ଧାରିତ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବ୍ୟବସାୟୀ ମାନେ ସେମାନଙ୍କର ବ୍ୟବସାୟ ସ୍ଥଳକୁ ଆଠ ଫୁଟ ବ୍ୟବଧାନରେ କରି ବ୍ୟବସାୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସାମାଜିକ ଦୂରତ୍ୱ ବଜାୟ ରଖା ଯାଇ ପାରିବ ବୋଲି ଅନୁମାନ କରା ଯାଉଛି ।