
ଗାଙ୍ଗପୁର/ବେଲଗୁଣ୍ଠI, ସଂପ୍ରତି ସାରା ବିଶ୍ଵରେ ମହାମାରୀ କରୋନା ଆତଙ୍କ ଖେଳାଇ ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର କଠୋର ପଦକ୍ଷେପ ସବୁ ଗ୍ରହଣ କରିବାରେ ଲାଗିଛନ୍ତି l କିନ୍ତୁ ଏହି କରୋନା ମୁକାବିଲା ପାଇଁ ହଜାର ହଜାର କୋଟି ଟଙ୍କାର ପାଣ୍ଠିର ଆବଶ୍ୟକ ରହିଛି l ସେଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିଧାୟକ, ସାଂସଦ , ସରକାରୀ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରିବାରେ ଲାଗିଛନ୍ତି l ଏହି ପରିପ୍ରେକ୍ଷୀରେ ବେଲଗୁଣ୍ଠI ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଆରତି ସେଠୀ ନିଜର ଏକ ବର୍ଷର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି l ଏହା ବ୍ଲକ୍ ର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ସହାୟତା ପ୍ରଦାନ ନିମନ୍ତେ ଉତ୍ସାହ ବଢାଇଛି l ବ୍ଲକ୍ ଅଧ୍ୟକ୍ଷାଙ୍କ ଏହି କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଏବଂ ଜନ ସାଧାରଣ ସାଧୂବାଦ ଜଣାଇଛନ୍ତି l
ଶିବରାମ ଚୌଧୁରୀ