ଭୁବନେଶ୍ୱର। କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ବିଭାଗ ପକ୍ଷରୁ ଏକ ୨୪ ଘଂଟିଆ କଂଟ୍ରୋଲ ରୁମ ଖୋଲା ଯାଇଛି । ଏହାର ନମ୍ବର ହେଲା ୦୬୭୪-୨୩୯୨୧୧୫ /୯୪୩୮୯୧୫୯୮୬ । ଏହି କଂଟ୍ରୋଲ ଲକ ଡାଉନ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅନ୍ୟ ରାଜ୍ୟର ଫସି ରହିଥିବା ଓଡିଆ ମାନଙ୍କ ବିଷୟରେ ମଧ୍ୟ ଅନୁଧ୍ୟାନ କରିବ । ଆଇଜି ଅପରେସନ ଅମିତାଭ ଠାକୁର ଏହି କଂଟ୍ରୋଲ ରୁମର କାମକୁ ସୁପରଭାଇଜ କରିବେ ବୋଲି ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି ।
Related Stories
November 21, 2024