ମୁମ୍ବାଇ– ମହାରାଷ୍ଟ୍ରର ମୁମ୍ବାଇ, ଠାଣେ ଓ ନଭି ମୁମ୍ବାଇରେ ଗତ ୧୨ ଘଂଟାରେ ୪ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢି ୧୨୬ରେ ପହଂଚିଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଏଥିପାଇଁ ରାଜ୍ୟରେ ଧାରା ୧୪୪ କଡାକଡି ପାଳନ କରାଯାଉଛି ।
ମୁମ୍ବାଇରେ ପ୍ରଭାଦେବୀ ଅଂଚଳରେ ଫେରି କାମ କରୁଥିବା ଜଣେ ମହିଳା ଗୁରୁବାର କରୋନା ଚିହ୍ନଟ ହୋଇଛନ୍ତି । ଏଥିରେ କସ୍ତୁରବା ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ପ୍ରକାର ଗୁରୁବାର ଠାଣେରେ ଏକ କରୋନା ପଜିଟିଭ ଚିହ୍ନଟ ହୋଇଛି । ତାଙ୍କୁ ମଧ୍ୟ କସ୍ତୁରବା ହସ୍ପିଟାଲରେ ଭର୍ତି କରାଯାଇଛି । ନଭି ମୁମ୍ବାଇରେ ଏକ ଘରେ କାମ କରୁଥିବା ଚାକରାଣୀ ଓ ଜଣେ ଯୁବକଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ତାଙ୍କୁ କସ୍ତୁରବା ହସ୍ପିଟାଲରେ ଭର୍ତି କରାଯାଇଛି । ଏହି ଦୁଇ ଜଣଙ୍କଠାରେ କରୋନା ପଜିଟିଭ ମିଳିଛି ।
ଗୁରୁବାର ମୁମ୍ବାଇରେ ୫୨, ପୁଣେରେ ୩୧, ନଭି ମୁମ୍ବାଇରେ ୭, କଲ୍ୟାଣରେ ୫, ନାଗପୁରରେ ୪, ୟବତମାଲରେ ୪, ସାଙ୍ଗଲିରେ ୯, ଅହମ୍ମଦନଗରରେ ୩, ଠାଣେରେ ୪, ସାତାରାରେ ୨, ପରଭେଲରେ ୧, ଉଲ୍ଲାସନଗରରେ ୧, ଔରଙ୍ଗାବାଦରେ ୧, ରତ୍ନଗିରିରେ ୧, ବସଇ-ବିରାରରେ ୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତଙ୍କର ଚିକିତ୍ସା ଜାରି ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ରାଜ୍ୟରେ କରୋନା ରୋଗୀଙ୍କ ଯାଂଚ ପାଇଁ ୬ ଟେଷ୍ଟିଙ୍ଗ ଲ୍ୟାବ୍ କାର୍ଯ୍ୟରତ ରହିଛି ଏବଂ ବହୁତ ଶୀଘ୍ର ଟେଷ୍ଟିଙ୍ଗ ଲ୍ୟାବର ସଂଖ୍ୟା ବଢିବା ନେଇ ପ୍ରକ୍ରିୟା ଜାରି ରହିଛି । ରାଜେଶ ଟୋପେ କହିଛନ୍ତି ରାଜ୍ୟରେ ପ୍ରଥମ ଥର ମିଳିଥିବା କରୋନା ପଜିଟିଭ୍ ରୋଗୀ ସୁସ୍ଥ ହେଉଛନ୍ତି । ଏଥିପାଇଁ ନାଗରିକଙ୍କୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ର ନହେବାକୁ ଅପିଲ୍ କରିଛନ୍ତି ।