ଭୁବନେଶ୍ୱର– କରୋନା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବା ବେଳେ କ୍ରିଟିକାଲ ବର୍ଗରେ ଯାଉଥିବା ବିଭାଗ ଗୁଡିକର ୫୦% କର୍ମଚାରୀ ଅଫିସ୍ ଆସି କାମ କରିବେ । ଏହି ବିଭାଗ ଗୁଡିକ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ , ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ , ସ୍ୱତନ୍ତ୍ର ରିଲିଫ୍ କମିଶନ୍ ଏବଂ ଓସଡମା ।
ସେହିପରି ଆଂଶିକ କ୍ରିଟିକାଲ ବର୍ଗରେ ଯାଉଥିବା ବିଭାଗ ଗୁଡିକର ୧୦ ପ୍ରତିଶତ କର୍ମଚାରୀ ଅଫିସ୍ ଯାଇ କାମ କରିବେ । ଏହି ବିଭାଗ ଗୁଡିକ ହେଲା ଶକ୍ତି , ଅର୍ଥ ,ରାଜସ୍ୱ, ସୂଚନା ଓ ଲୋକସମ୍ପର୍କ ପରି ୧୨ ଟି ବିଭାଗ । ଅନ୍ୟପକ୍ଷରେ ନନ୍-କ୍ରିଟିକାଲ ବର୍ଗରେ ଯାଉଥିବା କୃଷି, ଅବକାରୀ, ଆଇନ, ଶିଳ୍ପ, ଏମଏସଏମଇ ପରି ୨୩ ବିଭାଗର କୌଣସି କର୍ମଚାରୀ ଅଫିସ୍ ଆସିବେ ନାହିଁ ବୋଲଇ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୨୯ ରାତି ୯ଟା ପର୍ଯ୍ୟନ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶ ବଳବତର ରହିବ ।