
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ନିକଟ ଜିଲୁଣ୍ଡି ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି।ସୂଚନା ମୁତାବକ ଏହି ଗ୍ରାମର ପୂର୍ଣ୍ଣ ନାୟକ ଙ୍କ ୭ମ ଶ୍ରେଣୀ ରେ ପଢ଼ୁଥିବା ଝିଅ ତୁଳସୀ ନାୟକ(୧୨) ଘରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ତା ଡ୍ରେସ ରେ ନିଆଁ ଲାଗିଯାଇଥିଲା।ଫଳରେ ତାର ଶରୀରର କେତେକ ଅଂଶ ପୋଡିଯାଇଥିବା ଜଣାପଡିଛି।ଗୁରୁତର ଅବସ୍ଥାରେ ପରିବାର ଲୋକେ ତୁଳସୀ କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଅଧିକ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।