ନୂଆଦିଲ୍ଲୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶ ସାରା ୨୧ ଦିନିଆ ଲକ ଡାଉନ ଘୋଷଣା ଓ ଲୋକ ମାନଙ୍କୁ ଘରେ ରହିବାର ଅପିଲକୁ ଦେଶବାସୀ ପାଳନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି ଯେ ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ମାନନ୍ତୁ । କରୋନା ଭଳି ମହାମାରୀକୁ କେବଳ ସୋସିଆଲ ଡିଷ୍ଟାନସିଂ ଦ୍ୱାରା ହିଁ ମୁକାବିଲା କରା ଯାଇ ପାରିବ ବୋଲି ସେ କହିଛନ୍ତି ।