ନୂଆଦିଲ୍ଲୀ। ନିଜ ଜୀବନକୁ ବିପଦରେ ପକାଇ କରୋନା ଭଳି ମହାମାରୀ ବିରୁଦ୍ଧରେ ଲଢେଇ ଲଢୁଥିବା ସମସ୍ତ ଡାକ୍ତର, ନର୍ସ, ପାରା ମେଡିକାଲ କର୍ମଚାରୀ, ପ୍ୟାଥୋଲୋଜିଷ୍ଟ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ଏଭଳି ଲୋକଙ୍କୁ ସେ ହୃଦୟରୁ ଧନ୍ୟବାଦ ଦେଉଛନ୍ତି । ଏପରି କଠିନ ପରିସ୍ଥିତିରେ ସମସ୍ତେ ଏମାନଙ୍କର ସହଯୋଗ କରିବା ଉଚିତ ତଥା ସେମାନଙ୍କର ଭଲ ସ୍ୱାସ୍ଥ୍ୟ ପାଇଁ କାମନା କରିବା ଉଚିତ ବୋଲି ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି ।