ନୂଆଦିଲ୍ଲୀ। ସାରା ଦେଶରେ ଲକ ଡାଉନ ଲଗା ଯାଇଥିବା ବେଳେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି ଯେ “ ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଲକ ଡାଉନ ସମୟରେ ଦେଶରେ ଆବଶ୍ୟକୀୟ ସାମଗ୍ରୀର କୌଣସି ଅଭାବ ରହିବ ନାହିଁ । କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ସହ ମିଶି ଏଥିପାଇଁ ପ୍ରୟାସ କରୁଛନ୍ତି । କାହାକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହି ଲଢେଇରେ ସମ୍ପୂର୍ଣ ଦେଶ ଏକଜୁଟ ଅଛି ।”