ଭୁୁବନେଶ୍ୱର। କରୋନା ଭୁତାଣୁ (କୋବିଡ-୧୯) ସଂକ୍ରମଣର ମୁକାବିଲା କରିବା ପାଇଁ ଓଡିଶା ଖଣି ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋବିଡ-୧୯ ଫଣ୍ଡ)କୁ ୫ ଶହ କୋଟି ଟଙ୍କା ପ୍ରଦାନ କରିଛି । ଖଣି ନିଗମ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି ।
ଓଏମସି ପକ୍ଷରୁ ଜାରୀ ପ୍ରେସ ବିଜ୍ଞପ୍ତିରେ କୁହା ଯାଇଛି କରୋନାକୁ ନେଇ ସମଗ୍ର ବିଶ୍ୱରେ ଅଭାବନୀୟ ପରିସ୍ଥିତି ଉତ୍ପନ୍ନ ହୋଇଛି । ରାଜ୍ୟ ସରକାର ଏହାକୁ ନେଇ ଅନେକ ପ୍ରୋ ଆକ୍ଟିଭ ପଦକ୍ଷେପ ଗ୍ରହଣ କରି ଏହାର ସଂକ୍ରମଣକୁ ରୋକିବାକୁ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଫଣ୍ଡ ପାଇଁ ଦାନ କରିବାକୁ ଅପିଲ ପରେ ଓଏମସି ପକ୍ଷରୁ ୫ ଶହ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋବିଡ-୧୯ ଫଣ୍ଡ)କୁ ପ୍ରଦାନ କରା ଯାଇଛି ।
ଅନ୍ୟ ପକ୍ଷରେ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ଦ୍ୱାରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସଂସ୍ଥା ପକ୍ଷରୁ ଅନ୍ତରୀଣ ଲାଭାଂଶ ଭାବେ ୨୫୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରା ଯାଇଛି ।