ମସ୍କୋ– ରୁଷର କୁରିଲ ଦ୍ୱୀପରେ ବୁଧବାର ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ରେକର୍ଡ କରାଯାଇଛି ।
ଆମେରିକୀ ଭୂ ସର୍ବେକ୍ଷଣ ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ କୁରିଲ ଦ୍ୱୀପ ୫୬.୭ କିଲୋମିଟର ଗଭୀର ଥିଲା । ବୁଧବାର ପ୍ରାତଃ ୨ଟା ୪୯ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପ ପରେ କୌଣସି ପ୍ରକାର କ୍ଷୟକ୍ଷତିର ସୂଚନା ନାହିଁ ।