-
ଭବ୍ୟ ରାମ ମନ୍ଦିର ନିର୍ମାଣର ପ୍ରଥମ ପର୍ଯ୍ୟାୟ ସଂପନ୍ନ
-
ମାନସ ଭବନ ନିଟରେ ଏକ ଅସ୍ଥାୟୀ ଢାଂଚାରେ ରାମଲଲା ମୂର୍ତି ବିରାଜମାନ
ଅଯୋଧ୍ୟା– ଚୈତ୍ର ଶୁକ୍ଳ ପ୍ରତିପଦା ନବ ସଂବତ୍ସର ଅବସରରେ ଶ୍ରୀରାମମଲା ଅସ୍ଥାୟୀ ଭବନରେ ଧାର୍ମିକ ବିଧି ବିଧାନ ସହିତ ଆଜି ବ୍ରହ୍ମ ମୁହୂର୍ତ୍ତରେ ନୂତନ ଆସନରେ ବିରାଜମାନ କରିଛନ୍ତି । ରାମଲଲା ଅସ୍ଥାୟୀ ଫାଇବରରେ ନିର୍ମିତ ମନ୍ଦିରକୁ ସ୍ଥାନାନ୍ତର ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଟ୍ରଷ୍ଟିଙ୍କ ସାମ୍ନାରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହିତ ଭଗବାନ ଶ୍ରୀରାମଲଲାଙ୍କୁ ଟେଂଟରୁ ନେଇ ଅସ୍ଥାୟୀ ଭବନରେ ରୂପାର ସିଂହାସନରେ ବିରାଜମାନ କରାଇଥିଲେ । ବୁଧବାର ବ୍ରହ୍ମ ମୁହୂର୍ତ୍ତ ସମୟରେ ରାମ ଜନ୍ମଭୂମି ପରିସରରେ ଶ୍ରୀରାମଲଲା ଅସ୍ଥାୟୀ ଭବନରେ ବିରାଜମାନ କରିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁସ୍ଥାନରେ ଉପସ୍ଥିତ ସମସ୍ତ ପ୍ରମୁଖ ଲୋକଙ୍କ ସହିତ ଶ୍ରୀ ରାମଲଲାଙ୍କ ଭବ୍ୟ ଆରତୀର ପୂଜନ କରିଛନ୍ତି ।
ରାମ ଜନ୍ମ ଭୂମି ତୀର୍ଥ ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲଲାଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ରାମଲଲା ନିଜର ଭାଇଙ୍କ ସହିତ ରାମ ଜନ୍ମଭୂମି ପରିସରରେ ସ୍ଥିତ ମାନସ ଭବନ ସାମ୍ନାରେ ଭବ୍ୟ ସ୍ଥାୟୀ ମନ୍ଦିର ନ ହେବା ପର୍ଯ୍ୟନ୍ତ ଭକ୍ତ, ଶ୍ରଦ୍ଧାଳୁଙ୍କୁ ଏଠାରେ ହିଁ ଦର୍ଶନ ଦେବେ ।
ରାମଲଲାଙ୍କ ମୂର୍ତି ବିସ୍ଥାପନ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ତିରିପାଲରୁ ନୂତନ ଆସନରେ ବିରାଜମାନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଧାର୍ମିକ ଅନୁଷ୍ଠାନକୁ ସମ୍ବୋଧିତ କରି କହିଛନ୍ତି ଯେ, ଚୈତ୍ର ଶୁକ୍ଳ ପ୍ରତିପଦା, ଭାରତୀୟ ନବ ସମ୍ବତ୍ସର, ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକର ପାବନ ପର୍ବ ଏବଂ ଆମେ ସମସ୍ତେ ଭାଗ୍ୟଶାଳୀ ଯେ ହଜାର ବର୍ଷ ପରେ ଏହି ପାବନ ପୁରୀ ଅଯୋଧ୍ୟାପୁରୀରେ ମର୍ଯ୍ୟାଦା ପୁରୁଷତୋମ ଭଗବାନ ଶ୍ରୀରାମ ଏକ ନୂତନ ଆସନରେ ବିରାଜମାନ ହୋଇଛନ୍ତି । ଆମେ ସମସ୍ତେ ଏହାର ସାକ୍ଷୀ ।
ସେ କହିଛନ୍ତି ଯେ, ପିଢି ପରେ ପିଢି ଚାଲିଗଲେ । ରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ଆମର ବଂଶଧର ଏବଂ ଆମର ପୂଜ୍ୟ ସନ୍ଥ ଦେଖିଥିଲେ, ସେହି ସ୍ୱପ୍ନର ପ୍ରଥମ ପର୍ଯ୍ୟାୟ ଆଜି ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ସହିତ ମର୍ଯ୍ୟାଦା ପୁରୁଷୋତମ ଭଗବାନ ଶ୍ରୀରାମଙ୍କ ଏହି ନୂତନ ଆସନରେ ବିରାଜମାନ ହେବା ସହିତ ସଂପନ୍ନ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣର ଶୁଭାରମ୍ଭର ତିଥି ଆଜିଠୁ ଆରମ୍ଭ ହୋଇଛି ।
ଏହି ସମାରୋହରେ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରମୁଖ ଲୋକଙ୍କୁ ହିଁ ଆମନ୍ତ୍ରିତ କରାଯାଇଥିଲା । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ସଭାପତି ମଣିରାମ ଦାସ ଛାବନୀଙ୍କ ଉତରାଧିକାରୀ ମହନ୍ତ କମଲ ନୟନ ଦାସ ଶାସ୍ତ୍ରୀ, ଦିବଙ୍ଗର ଅଖାଡେର ମହନ୍ତ ସୁରେଶ ଦାସ, ଶ୍ରୀରାମ ଜନ୍ମଭୂମି ପରିସରର ମୂଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାସ, ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ, ଟ୍ରଷ୍ଟି ଏବଂ ରିସିଭର ଅଯୋଧ୍ୟା ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ର ସମେତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଅମରିଶ ସହିତ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ, ବିଶ୍ୱ ହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ବ୍ୟକ୍ତି ଉପସ୍ଥିତ ଥିଲେ ।
ଋାମଲଲାଙ୍କ ବିସ୍ଥାପନ ପରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦ୍ୱାରା ପଠାଯାଇଥିବା ଛପନ ଭୋଗକୁ ରାମଲଲାଙ୍କୁ ସମର୍ପିତ କରାଯାଇଥିଲା ।