ନୂଆଦିଲ୍ଲୀ– ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ(ଆରଏସଏସ)ର ସରସଂଘଚାଳକ ମୋହନ ରାଓ ଭାଗବତ ବୁଧବାର ଚୈତ୍ର ଶୁକ୍ଳ ପ୍ରତିପଦା ଯୁଗାବ୍ଦ ୫୧୨୨ର ଶୁଭକାମନା ଜଣାଇ ନିଜର ସ୍ୱଂୟସେବକଙ୍କୁ ଦେଶରେ ଜାରି ୨୧ ଦିନିଆ ଲକଡାଉନର ପାଳନ କରିବା ଏବଂ ସମାଜକୁ ଏଥିପାଇଁ ପ୍ରେରିତ କରାଇବାକୁ ଆହ୍ୱାନ ଦେଇଛନ୍ତି । ବର୍ଷ ପ୍ରତିପଦା ଦିନରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସଂସ୍ଥାପକ ଡ. କେଶବ ରାଓ ବଳିରାମ ହେଡଗେଭାରଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଏ ।
ମୋହନ ଭାଗବତ ସମସ୍ତ ସ୍ୱଂୟସେବକଙ୍କୁ ସେମାନଙ୍କର ରୀତି ନୀତିକୁ ମନେ ପକାଇ କହିଛନ୍ତି ଯେ, ସ୍ୱଂୟସେବକ ସାମାଜିକ ଅନୁଶାସନର ପାଳନ କରି ରାଷ୍ଟ୍ରହିତରେ କାର୍ଯ୍ୟ କରିଥାଏ ଓ ଆଗାମୀ କିଛି ଦିନରେ ମଧ୍ୟ ଏହି ସାମାଜିକ ଅନୁଶାସନର ପାଳନ କରିବାର ଅଛି ।
ସର ସଂଘଚାଳକ ସ୍ୱଂୟସେବକଙ୍କୁ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ପ୍ରତିବନ୍ଧକ କାରଣରୁ ଶାଖା ଆୟୋଜିତ ହୋଇ ପାରିନାହିଁ, ସେହି ସମୟରେ ମଧ୍ୟ ସଙ୍ଘର କାର୍ଯ୍ୟ ଜାରି ରହିଥିଲା । ଏହି ପରି କରୋନା ଭାଇରସର ସଙ୍କଟରୁ ଜିତିବା ପାଇଁ ସମସ୍ତ ସ୍ୱଂୟସେବକ ପରିବାର ଓ ପାଖ ପଡୋଶୀ ଏକତ୍ର ହୋଇ ଶାଖା ଲଗାଇ ପାରିବା ।
ସଂଘ ପ୍ରମୁଖ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର କାର୍ଯ୍ୟ ତତ୍ୱକୁ ବଜାୟ ରଖି ପରିସ୍ଥିତି ଅନୁସାରେ ନୂତନ ଶୈଳୀ ଆପଣେଇବାକୁ ପଡିବ । ଏହା ସହିତ ମୂଳ ସଂକଳ୍ପକୁ ଧ୍ୟାନରେ ରଖି ନିଜର ଉଦାହରଣ ସୃଷ୍ଟି କରି ସମସ୍ତଙ୍କ ମନ ଦେଶ ଓ ସମାଜ ହିତରେ ଯୋଡିବାର ଅଛି । ଏହି କାର୍ଯ୍ୟ ସଂଘର ସ୍ୱଂୟସେବକ ପ୍ର ତ୍ୟେକ ସମୟ ଜାରି ରଖି ପାରିବେ । ସେ କହିଛନ୍ତି ସଂଘର କାମ ବ୍ୟକ୍ତି ନିର୍ମାଣ କରିବା ଓ ତାହା ମାଧ୍ୟମରେ ସମାଜରେ ସଂସ୍କାରର ପ୍ରସାର କରିବା ।