ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଜାରୀ ରହିଥିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଦଣ୍ଡ ଯାତ୍ରା ଉପରେ ନିଷେଧାଦେଶ ଜାରୀ ହୋଇଥିଲେ ମଧ୍ୟ ଆଜି ପୁରୁଷୋତମପୁର ଅଂଚଳର ଧୋବା ପାର୍ଟିର ଦଣ୍ଡ ଯାତ୍ରା ଆଇନ ଉଲ୍ଲଙ୍ଘନ କରି ବାହାରିଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହି ଖବର ପାଇ ପୁରୁଷୋତମପୁର ପୋଲିସ ଘଟଣାସ୍ଥଳରେ ପହଂଚି ତିନି ଜଣ ଦଣ୍ଡୁଆଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ନେଇ ସବଇନ୍ସପେକ୍ଟର ସୁନିଲ୍ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଥାନା ପକ୍ଷରୁ ୬୭/୨୦ ରେ ଏକ ମାମଲା ରୁଜ୍ଜୁ ହୋଇଛି ।