ଯାଜପୁର– କରୋନା ସଂକ୍ରମଣକୁ ରୋକିବା ନେଇ ରାଜ୍ୟରେ ଆଜି ଠାରୁ ତିନି ସପ୍ତାହ ତଥା ୨୧ ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ନିମନ୍ତେ ପ୍ରତ୍ୟେକ ଦିନ ୪ ଘଂଟା କୋହଳ କରାଯାଇଛି । ଫଳରେ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରକୁ ବାହାରି ପାରିବେ ଏବଂ ନିକଟସ୍ଥ ବଜାରରୁ ଏସବୁ ସାମଗ୍ରୀ ସଂଗ୍ରହ କରିପାରିବେ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଦୋକାନ, ବଜାର ବନ୍ଦ ରହିବ । ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତି ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024