-
ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୩୩ଟି ମାମଲା ରୁଜୁ
ବ୍ରହ୍ମପୁର : କୋଭିଡ-୧୯ ନିୟମକୁ ପାଳନ ନକରି ଖୋଲାଖୋଲି ଉଲ୍ଲଂଘନ ଓ ଅବମାନନା କରିବା ଅଭିଯୋଗରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୩୩ଟି ମାମଲା ରୁଜୁ ହୋଇଥିବା ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ହସ୍ତଗତ ହୋଇଛି । ଗଞ୍ଜାମ ପୋଲିସ ଜିଲ୍ଲାର ୪ଟି ସବ୍ଡିଭିଜନ ଯଥା ଭଞ୍ଜନଗର ସବ୍ଡିଭିଜନରେ ୧୫ଟି, ଆସିକା ୪ଟି, ପୁରୁଷୋତ୍ତମପୁର ୨ଟି, ଛତ୍ରପୁରରେ ୪ଟି ମାମଲା ରୁଜୁ ହୋଇଥିବା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବ୍ରହ୍ମପୁର ଟାଉନ୍ ସବ୍ଡିଭିଜନରେ ୫ଟି, ସଦର ସବ୍ଡିଭିଜନରେ ଗୋଟିଏ, ଚିକିଟି ସବ୍ଡିଭିଜନରେ ୨ଟି ମାମଲା ରୁଜୁହୋଇ ଏପରି ମୋଟ ୩୩ଟି ମାମଲା ରୁଜୁ ହୋଇଥିବା ୨ ପୋଲିସ ଜିଲ୍ଲା ପକ୍ଷରୁ ସୂଚନା ହସ୍ତଗତ ହୋଇଛି । ରାତିରେ ଏହାର ସଂଖ୍ୟା ବଢ଼ିବାର ସମ୍ଭାବନା ଥିବା ମଧ୍ୟ କୁହାଯାଉଛି ।