-
ଲକଡାଉନ ନିୟମ ନ ମାନିବାରୁ ରାଜ୍ୟ ସରକାର ନେଲେ ପଦକ୍ଷେପ
ଶିମଲା– କରୋନା ଭୁତାଣୁ ବିସ୍ତାରକୁ ରୋକିବା ପାଇଁ ହିମାଚଳ ସରକାର ମଙ୍ଗଳବାର ଦିନ ସାରା ରାଜ୍ୟରେ କର୍ଫ୍ୟୁ ଲଗାଇଛନ୍ତି । ପଞ୍ଜାବ ଏବଂ ମହାରାଷ୍ଟ୍ର ପରେ ଏଭଳି ବଡ ପଦକ୍ଷେପ ନେବା ହିମାଚଳ ପ୍ରଦେଶ ଦେଶର ତୃତୀୟ ରାଜ୍ୟ ହୋଇଛି ।
ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଜୟରାମ କହିଛନ୍ତି ଯେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ରାଜ୍ୟରେ ଅପରାହ୍ନ 5 ଟାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ସେ କହିଛନ୍ତି ଯେ କ୍ୟାବିନେଟ ସଦସ୍ୟ ତଥା ରାଜ୍ୟ ସରକାରୀ କର୍ମଚାରୀଙ୍କ ସହ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସେ କହିଛନ୍ତି ଯେ ରାଜ୍ୟରେ ଲକଡାଉନ ସମୟରେ ଲୋକମାନେ ନିୟମ ପାଳନ କରିବାରେ ଅବହେଳା କରିଥିଲେ। ଏଭଳି ପରିସ୍ଥିତିରେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। କର୍ଫ୍ୟୁ ସମୟରେ ଜିଲ୍ଲା ପ୍ରଶାସନ ସହିତ ପ୍ରଭାବଶାଳୀ ଏବଂ ଉତ୍ତମ ସମନ୍ୱୟ ରକ୍ଷା ପାଇଁ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଛି, ଯାହାଦ୍ୱାରା ରାଜ୍ୟବାସୀ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି । ଆବଶ୍ୟକୀୟ ଜିନିଷଗୁଡ଼ିକର ଉପଲବ୍ଧତାକୁ ସୁନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ହିମାଚଳରେ ଏପର୍ଯ୍ୟନ୍ତ କରୋନା ଭୁତାଣୁ କାରଣରୁ ଜମଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି, ଯେଉଁମାନେ କାଙ୍ଗଡାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତିବ୍ଦତୀୟର 69 ବର୍ଷ ବୟସ୍କ ବୃଦ୍ଧଙ୍କର ଗତ ସୋମବାର ଦିନ ଟାଣ୍ଡାରେ ମୃତ୍ୟୁ ଘଟିଛି। ସେ ଆମେରିକା ଯାତ୍ରା କରିବା ପରେ ଧର୍ମଶାଳାକୁ ଫେରିଥିଲେ।