ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନିଙ୍କ ସହ ଟେଲିଫୋନ୍ ବାର୍ତ୍ତାଳାପ କରିଛନ୍ତି। ଏହି ଦୁଇ ନେତା ବିଶେଷ କରି କୋଭିଡ -19 ମହାମାରୀ ପରିପ୍ରେକ୍ଷୀରେ ଏହି ଅଞ୍ଚଳର ଉପୁଜିଥିବା ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ ।
ସରକାରଙ୍କ ପକ୍ଷରୁ ଜାରୀ କରା ଯାଇଥିବା ବିଜ୍ଞପ୍ତି ଅନୁସାରେ ଉଭୟ ନେତା ଟେଲିଫୋନ୍ ଆଲୋଚନାରେ ନବରୋଜ ଶୁଭେଚ୍ଛା ଜଣାଇଥିଲେ ।