-
ମୋ ଜୀବନ କାର୍ଯ୍ୟକ୍ରମର ଆରମ୍ଭ
ଭୁବନେଶ୍ୱର– କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଇଛନ୍ତି । ନିଜ ପରିବାରର ସୁରକ୍ଷା ଲାଗି ଲୋକଙ୍କୁ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଏଥିପାଇଁ ଶପଥ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାକୁ ଆଧାର କରି ନୂଆ କାର୍ଯ୍ୟକ୍ରମ- ମୋ ଜୀବନ ର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରତି ଓଡ଼ିଶାବାସୀ ଘରୁ ନ ବାହାରିବାକୁ ବ୍ୟକ୍ତିଗତ ସ୍ତରରେ ପ୍ରତିଦିନ ଶପଥ ଗ୍ରହଣ କରିବେ । ଆମେ ସାବଧାନ ରହିଲେ କରୋନା ଆମ ଘରକୁୁ ପଶିପାରିବ ନାହିଁ । ଜରୁରୀ କାମରେ ବାହାରକୁ ଗଲେ ଘରକୁ ଫେରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରେ ପଶନ୍ତୁ । ଶପଥ ନେବା ସମୟର ଭିଡିଓ ସୁଟିଂ କରି ସୋସିଆଲ ମିଡିଆ ମାଧ୍ୟରେ ପଠାଇବା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱନ ଜଣାଇଛନ୍ତି ।