
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ କୋଭିଡ୍-୧୯ ବା କରୋନା ଚିକିତ୍ସା ସାମିଲ୍ ହେବା ନେଇ ନ୍ୟାସନାଲ ହେଲଥ୍ ଅଥରିଟି ଏହି ନିଷ୍ପତି ନେଇଛି । ଫଳରେ ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ । ଏହି ପରିପ୍ରେକ୍ଷୀରେ ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶ ସହ ଓଡ଼ିଶା କରୋନା ପାଇଁ ଅଭାବନୀୟ ପରିସ୍ଥିତି ସାମ୍ନା କରୁଛି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁରକ୍ଷା ପାଇଁ ଉଦ୍ୟମ କରୁଛନ୍ତି । ଏଭଳି ଘଡ଼ିସନ୍ଧି ମୁହତର୍ତ୍ତରେ ଓଡ଼ଇାଙ୍କୁ ଚିକିତ୍ସା ପାଇଁ ସହଯୋଗ ଜରୁରୀ । ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରନ୍ତୁ ବୋଲି ଧର୍ମେନ୍ଦ୍ର ନିବେଦନ କରିଛନ୍ତି ।