ମୁମ୍ବାଇ – ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ଡାକ୍ତରଖାନାରେ ଜଣେ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩ ଜଣ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଏବଂ ଜଣେ ଏଚ୍ ଏଚ୍ ରିଲାଏନ୍ସ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ।
ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ସୂଚନାଅନୁଯାୟୀ ମଙ୍ଗଳବାର ଦିନ କସ୍ତୁରବା ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାର୍ଚ୍ଚ ୧୫ ରେ ଦୁବାଇରୁ ଅହମ୍ମଦାବାଦ ଆସିଥିଲେ । ତାଙ୍କର ଥଣ୍ଡା ଏବଂ କାଶ ହୋଇଥିଲା । ପୂର୍ବରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମାର୍ଚ୍ଚ ୨୩ ରେ ଗୁରୁତର ସମସ୍ୟା ହେତୁ ତାଙ୍କୁ ମୁମ୍ବାଇର କସ୍ତୁରବା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମଙ୍ଗଳବାର ଏଠାରେ ତାଙ୍କର ଦେହାନ୍ତ ହୋଇଛି ।
ବର୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ କରୋନାରେ ପୀଡିତ ୧୦୧ ରୋଗୀ ଚିକିତ୍ସିତ ହେଉଛନ୍ତି ।