ନୂଆଦିଲ୍ଲୀ– ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ୩୦ ଜୁନ୍ ୨୦୨୦ କୁ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ବିଳମ୍ବିତ ଆୟକର ଉପରେ ସୁଧ୧୨% ରୁ ୯% କୁ ହ୍ରାସ କରାଯାଇଛି । ସେହିପରି ଟିଡିଏସ୍ ଜମା କରିବାର ସମୟ ସୀମା ବୃଦ୍ଧି କରାଯାଇ ନଥିଲେ ହେଁ ସୁଧ ୧୮ ପ୍ରତିଶତରୁ ୯ ପ୍ରତିଶତକୁ ହ୍ରାସ କରାଯାଇଛି । ଏହା ସହିତ ଆଧାର-ପାନ୍ ଲିଙ୍କ୍ ର ଅବଧିକୁ ୩୦ ଜୁନ୍ କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାର ସମୟସୀମା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା । ମଙ୍ଗଳବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କରୋନା ଭାଇରସ ଉପରେ ଖୁବ ଶୀଘ୍ର ଏକ ରିଲିଫ ପ୍ୟାକେଜ ଘୋଷଣା କରାଯିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ।
ଏହି ଅବସରରେ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏବଂ ଅର୍ଥ ସଚିବ ମଧ୍ୟ ଉପସ୍ଥିତ ଥିଲେ ।