ନୂଆଦିଲ୍ଲୀ/ଭୁବନେଶ୍ୱର– କରୋନା ଭାଇରସ ଭଳି ସଂକଟ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ତାଙ୍କ ଅଧୀନରେ ଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ୍ ମନ୍ତ୍ରଣାଳୟ ଓ ଏହାର ଅନ୍ତର୍ଗତରେ କାମ କରୁଥିବା ଶ୍ରମିକ, ଦିନ ମଜୁରିଆ ଓ ଏସମ୍ବନ୍ଧୀୟ କର୍ମଚାରୀଙ୍କୁ ସହାୟତା ସ୍ୱରୂପ ମହାରତ୍ନ କମ୍ପାନୀ ଜାତୀୟ ଖଣିଜ ବିକାଶ ଉଦ୍ୟୋଗ (ଏନ୍ଏମ୍ଡିସି) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ମହାରତ୍ନ କମ୍ପାନୀ ଏନ୍ଏମ୍ଡିସି ଦୈନିକ ମଜୁରୀରେ କାମ କରୁଥିବା ଶ୍ରମିକଙ୍କୁ କରୋନା ମୁକାବିଲା ପାଇଁ ଅତିରିକ୍ତ ୧ ହଜାର ଟଙ୍କା ଦେବା ପାଇଁ ନିଷ୍ପତି ନେଇଛି ବୋଲି ଶ୍ରୀ ପ୍ରଧାନ ଏନଏମଡିସିରେ ରି-ଟ୍ୱିଟ କରି ଜଣାଇଛନ୍ତି । ସେହିପରି କରୋନା ଭାଇରସରୁ ରକ୍ଷା ନିମନ୍ତେ ଏନଏମଡିସି ନିଜର କର୍ମଚାରୀଙ୍କୁ ଦନ୍ତେୱାଡାର ଆଦିବାସୀ ମହିଳାଙ୍କ ସମୂହ ଦ୍ୱାରା ପ୍ରସ୍ତୁତ ମାସ୍କ ଏବଂ ହ୍ୟାଣ୍ଡ୍ ସାନିଟାଇଜର ବଂଟନ କରାଯାଇଛି । ନ୍ଏମ୍ଡିସିର ଏହି ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଏନ୍ଏମ୍ଡିସିର କର୍ମଚାରୀ ଏବଂ ଅନ୍ୟ ଆବଶ୍ୟକତା ଜିନିଷକୁ ଦନ୍ତେୱାଡାର ଜନଜାତି ମହିଳା ସମୂହଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଏବଂ ହ୍ୟାଣ୍ଡ୍ ସାନିଟାଇଜର ବଂଟନ ନିର୍ଣ୍ଣୟ ପ୍ରଶଂସନୀୟ ପଦକ୍ଷେପ । ଏହା ଦ୍ୱାରା ସେମାନଙ୍କ ରୋଜଗାର ବୃଦ୍ଧି ହେବା ସହ ଓ ଏହି ଉଦ୍ୟମ ଦ୍ୱାରା ଦେଶ କରୋନା ଯୁଦ୍ଧରେ ସେମାନଙ୍କୁ ଯୋଡାଯାଇ ଏହି ଅଭିଯାନକୁ ଆହୁରି ମଜବୁତ୍ କରାଯାଇଛି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
Related Stories
November 24, 2024
November 24, 2024