ନୂଆ ଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନେଇ ନିଜ ସଂସଦୀୟ କ୍ଷେତ୍ର ବାରଣାସୀର ଲୋକଙ୍କ ସହ ବୁଧବାର ଦିନ ଭିଡିଓ କନଫ୍ରେନସିଂରେ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ କରୋନା ଭାଇରସକୁ ନେଇ ଉପୁଜି ଥିବା ସ୍ଥିତିକୁ ନେଇ ମୁଁ ନିଜ ସଂସଦୀୟ କ୍ଷେତ୍ର ବାରଣାସୀର ଲୋକଙ୍କ ସହ ଭିଡିଓ କନଫ୍ରେନସିଂରେ ଆଲୋଚନା କରିବି । ମାର୍ଚ ୨୫ ସଂଧ୍ୟା ପାଂଚଟାରେ ଭିଡିଓ କନଫ୍ରେନସିଂରେ ହେବାକୁ ଥିବା ଏହି ଆଲୋଚନାରେ ଆପଣ ମଧ୍ୟ ସାମିଲ ହୋଇ ପାରିବେ । ଯଦି କାହା ନିକଟରେ କୌଣସି ପରାମର୍ଶ ବା ପ୍ରଶ୍ନ ରହିଥିବ ତେବେ ସେମାନେ ନରେନ୍ଦ୍ର ମୋଦି ଆପର କମେଂଟ ବାକ୍ସକୁ ଯାଇ ସେଠାରେ ଦେଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।