ଭୁବନେଶ୍ୱର– ଲକ ଡାଉନ ସମୟରେ ପରିବାରର ଜଣେ ସଦସ୍ୟ ଦୈନିକ ଥରେ ନିକଟସ୍ଥ ଦୋକାନକୁ ଯାଇ ଆବଶ୍ୟକୀୟ ଜିନିଷ କିଣନ୍ତୁ ବୋଲି ଅପିଲ କରିଛନ୍ତି ରାଜ୍ୟ ସରକାରଙ୍କ କୋବିଡ-୧୯ର ମୁକାବିଲା କରିବାକୁ ଗଠିତ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ରାସ୍ତାକୁ ନିଜର ଗାଡି ଧରି ନ ବାହାରିବାକୁ ସେ ନିବେଦନ କରିଛନ୍ତି ।
ସେ କହିଛନ୍ତି ଯେ ଫଳ, କ୍ଷୀର, ପାଉଁରୁଟି, ବିସ୍କୁଟ, ସଉଦା ଦୋକାନ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ । କ୍ଷୀର ଦୋକାନରେ ଚା ଓ କଫି ଆଦି ବିକ୍ରି କରା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।