
ଭଞ୍ଜନଗର– ଭଞ୍ଜନଗର ସହରରେ ଲକ ଡାଉନ ଘୋଷଣା ହେବାପରେ ପୋଲିସ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଛି।ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରି ରାସ୍ତା ବ୍ଲକିଙ୍ଗ ସହ ଗାଡି ମଟର ଯାଞ୍ଚ କରାଯାଉଛି।ଅତ୍ୟାବଶ୍ୟକ ଓ ମେଡିକାଲ କେଶ ରେ ଲୋକଙ୍କୁ ଯାତାୟତ ପାଇଁ ଅନୁମତି ଦିଆଯାଉଛି।ଆଜି ସକାଳେ କିଛି ଅଟୋ ଚାଳକ ଯାତ୍ରୀଙ୍କୁ ନେଉଥିବା ଦେଖି ପୋଲିସ ସେମାନଙ୍କୁ ଥାନାରେ ଅଟକ ରଖିଛି ଏବଂ କିଛି ବ୍ୟବସାୟୀ ଦୋକାନ ଖୋଲିଥିବା ଅଭିଯୋଗ ରେ ସେମାନଙ୍କୁ ମଧ୍ୟ ଅଟକ ରଖାଯାଇଛି। ଥାନାରେ ମେଡିକାଲ ପାସ କୁ ନେଇ ଲୋକଙ୍କ ଭିଡ଼ ଲାଗି ରହିଛି। ଔଷଧ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ କୁ ଅପରାହ୍ନ ୪ଟା ବେଳେ ବନ୍ଦ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।