
ଭଞ୍ଜନଗର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି କେନ୍ଦ୍ର ଓ ରାଜ୍ୟରେ ଜନତା କର୍ଫ୍ୟୁ କୁ ପ୍ରବଳ ଜନ ସମର୍ଥନ ମିଳିଥିବା ଦେଖାଯାଇଛି।ଜନସାଧାରଣ ସଚେଚନ ହୋଇ କରୋନା ଭାଇରସ ସଂକ୍ରମଣର ମୁକବିଲାରେ ସହଯୋଗ କରିଛନ୍ତି। ସେହିପରି ଭଞ୍ଜନଗର ଉପଖଣ୍ଡ ରେ ମଧ୍ୟ ଏହାର ପ୍ରଭାବ ପଡିଛି।ଯାହାଫଳରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନସାଧାରଣ ସ୍ବତଃ ପ୍ରବୃତ୍ତ ଭାବେ ଏହାକୁ ସମର୍ଥନ ଜଣାଇଛନ୍ତି। ଦିନସାରା ଦୋକାନ ବଜାର ବନ୍ଦ, ବସ ଚଳାଚଳ ବନ୍ଦ ଯୋଗୁଁ ସାରା ସହର ଶୁନ ଶାନ ରହିଥିଲା।ମେଡିକାଲ ରେ ମଧ୍ୟ ରୋଗୀ ଙ୍କ ସଂଖ୍ୟା ହ୍ରାସ ପାଇଥିଲା।ଲୋକମାନେ ଦିନସାରା ଘରେ ରହି ସନ୍ଧ୍ୟା ୫ଟା ସମୟରେ ନିଜ ଘର ବାହାରେ ଓ ଛାତ ଉପରେ ଘଣ୍ଟ, ଘଣ୍ଟା,ବାଜା, ଥାଳିଆ, ଗିନି ବଜାଇ ନିରନ୍ତର ସେବା ଯୋଗାଉଥିବା ସମସ୍ତ କର୍ମଚାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସମସ୍ତଙ୍କ ମନରେ ଏକ ପ୍ରକାର ଉତ୍ସlହ ଦେଖିବାକୁ ମିଳିଥିଲା।