
ସାନଖେମୁଣ୍ଡି : ଆଜି ସାରା ଭାରତରେ ଜନତାକର୍ଫ୍ୟୁ ସଫଳ ହେଇଛି। ସାନଖେମୁଣ୍ଡି ଅନ୍ତର୍ଗତ ଗୌତମି ପଞ୍ଚାୟତର ଦେଉଳପଡି ଗ୍ରାମରେ ମଧ୍ୟ ଜନତାକର୍ଫ୍ୟୁ ସଫଳ ହେଇଥିବା ଦେଖିବାକୁ ମିଳିଛି। ସାନଖେମୁଣ୍ଡି ର ରାସ୍ତାଘାଟ, ପରିବା ବଜାର, ଏବଂ ସମସ୍ତ ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଛି ।ଲୋକେ ସ୍ୱଚ୍ଛାକୃତ ଭାବେ ଘରୁ ବାହାରି ନଥିଲେ । ଲୋକେ କରୋନା ପାଇଁ ଏହି ଜନତା କର୍ଫ୍ୟୁ କୁ ସମ୍ପୁର୍ଣ୍ଣ ପାଳନ କରିଥିଲେ । ପ୍ରଶାସନ ତରଫ ପକ୍ଷରୁ ସମସ୍ତ ଛକସ୍ଥାନ ରେ ପୋଲିସ ଜଗିବା ର ବ୍ୟବସ୍ଥା କରାଯାଇଥିଲା। ଲୋକେ ସ୍ବେଚ୍ଛାକୃତ ଭାବେ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ କରିଥିଲେ।ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଜନସାଧାରଣଙ୍କ ପାଇଁ କରୋନା କୁ ଭ୍ରୁକ୍ଷେପ ନକରି ସ୍ୱାସ୍ଥକର୍ମୀ ଓ ପୋଲିସ ଭାଇ ଭଉଣୀ ମାନେ ଯେଉଁ ପ୍ରକାର ଲୋକଙ୍କୁ ସଚେତନ କରିଛନ୍ତି। ସଚେତନତା କାର୍ଯ୍ୟକ୍ରମରେ ଦେଉଳପଡି ଗ୍ରାମର ଅରୁଣ ସାମନ୍ତରା, ସୁରଜ ସାମନ୍ତରା, ସଚିନ ସାହୁ, ଆଲୋକ ପାତ୍ର, ରଞ୍ଜିତ ସାବତ, ଚନ୍ଦନ ରଣା, ସୁଧାଂଶୁ ଜେନା, ପ୍ରତିକ ସାମନ୍ତରା, ମୁନା ମହାରଣାଙ୍କ ସମତେ ଗ୍ରାମର କୁନି କୁନି ପିଲା, ବହୁ ଯୁବକ, ବୃଦ୍ଧ ଓ ମହିଳା ମାନଙ୍କ ସହଯୋଗରେ ଘଣ୍ଟ, ତାଳି, ବାଜା ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଶେଷରେ ଗ୍ରାମର କୋଷାଧ୍ୟକ୍ଷ ଯୁଧିଷ୍ଠିର ସାବତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ମାନଙ୍କୁ ଚକଲେଟ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।