
ଭୁବନେଶ୍ୱର– କରୋନା ସଂକ୍ରମଣକୁ ଦୃଷ୍ଟିରେ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଦ୍ୱିତୀୟ ଦିନରେ ପହଂଚିଛି । ଏହି ଲକ ଡାଉନ ଆଗାମୀ ୨୯ ତାରିଖ ରାତି ୯ ଟା ଯାଏ ଜାରୀ ରହିବ । । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଆଦି ୫ ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବ୍ରଜରାଜନଗର ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ଏହି ଲକଡାଉନ ରହିବ । ଏଥିରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆ ଯାଇଛି ।
ଲକ୍ ଡାଉନ୍ ସମୟରେ କେବଳ ବସ୍, ଟ୍ରେନ୍ ଓ ବିମାନ ସେବା ସହିତ ସଉଦା ଦୋକାନ, କ୍ଷୀର , ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍ ଦୋକାନ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ୍ ମଧ୍ୟ ଖୋଲା ରହିବ ବୋଲି ଗତକାଲି ଘୋଷଣାରେ କୁହାଯାଇଥିଲା ।
ସେହିପରି ଏସବୁ ଅଂଚଳରେ ଡାକ୍ତରଖାନା, ବ୍ୟାଙ୍କ,ଏଟିଏମ୍, ମ୍ୟୁନିସିପ।।ଲଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ୍ , ପାନୀୟ ଜଳ ଓ ବିଦ୍ୟୁତ ସେବା ଆଦି ଜାରି ରହିବ । ପ୍ରଶାସନିକ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିବା ନେଇ ଘୋଷଣା ହୋଇଥିଲା ।
ସେହିପରି ଲୋକଙ୍କ ସ୍ୱାର୍ଥ ପାଇଁ ଏହି କଟକଣା କରାଯାଇଛି । ଏହାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ଉକ୍ତ ଘୋଷଣାରେ କୁହାଯାଇଥିଲା ।ଏହି ଲକ ଡାଉନ ସମୟରେ ଘରୋଇ ଗାଡି ଚଳାଚଳ କରି ପାରିବ ନାହିଁ ।