ନୂଆଦିଲ୍ଲୀ– ସୁକମାରେ ଏକ ଅପରେସନ ସମୟରେ ସୁରକ୍ଷାକର୍ମୀ ମାନେ ଶହୀଦ ହେବାକୁ ନେଇ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ଶ୍ରୀ ସିଂହ ଟ୍ୱିଟ କରି କହିଛନ୍ତି ଯେ ଛତିଶଗଡରେ ଏକ ଅପରେସନ ସମୟରେ ସୁରକ୍ଷାକର୍ମୀ ମାନଙ୍କ ଶହୀଦ ହେବା ଘଟଣାକୁ ନେଇ ସେ ବ୍ୟଥିତ । ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଏହି ବୀର ଜବାନ ମାନଙ୍କ ପ୍ରତି ଶ୍ରଦ୍ଧାଂଜଳି ଅର୍ପିତ କରୁଛି ତଥା ଶୋକସନ୍ତପ୍ତ ପରିବାର ମାନଙ୍କ ପ୍ରତି ହାର୍ଦିକ ସମବେଦନା ଜ୍ଞାପନ କରୁଛି ବୋଲି ସେ କହିଛନ୍ତି ।