କଟକ, ଭୁବନେଶ୍ୱର – କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ପାଂଚଟି ଜିଲ୍ଲା ଓ ୯ଟି ସହରରେ ଲକ ଡାଉନ ଘୋଷଣା କରା ଯାଇଥିବା ବେଳେ ସୋମବାର ଦିନ ହାଇକୋର୍ଟକୁ ଆଗାମୀ ୩୧ ମାର୍ଚ ଯାଏ ସ୍ଥଗିତ ଘୋଷଣା କରା ଯାଇଛି ।
ଏ ସମ୍ପର୍କରେ ଜାରୀ କରା ଯାଇଥିବା ଆଦେଶ ଅନୁସାରେ ଆଜି ( ମାର୍ଚ ୨୩) ତାରିଖ ଦିନ ପାଇଁ ତାଲିକାଭୁକ୍ତ କରା ଯାଇଥିବା ମାମଲା ଗୁଡିକୁ ସସପେଣ୍ଡେଡ କରା ଯାଇଛି ତଥା ୩୧ ମାର୍ଚ ଯାଏ କୌଣସି ନୂଆ ମାମଲା ତାଲିକାଭୁକ୍ତ କରା ଯିବ ନାହିଁ ।
ତେବେ ଜରୁରୀ ମାମଲା ଗୁଡିକୁ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ହ୍ୱାଟସଆପ ଓ ଭିଡିଓ କଲ ଜରିଆରେ ଉଲ୍ଲେଖ କରା ଯାଇ ପାରିବ ।