-
ଭୁବନେଶ୍ୱର ଆରଏମଆରସି ସମେତ ଭୁବନେଶ୍ୱର ଏମ୍ସ ତାଲିକାରେ ସାମିଲ
ଭୁୁବନେଶ୍ୱର – ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ (ଆଇସିଏମଆର) ଦ୍ୱାରା କରୋନା ଭାଇରସରର ପରୀକ୍ଷଣ କରିବା ପାଇଁ ୧୧୪ ଟି ସରକାରୀ ଲାବରୋଟରୀକୁ ମଂଜୁରୀ ପ୍ରଦାନ କରା ଯାଇଛି । ଏହି ମଂଜୁରୀପ୍ରାପ୍ତ ଲାବରୋଟରୀ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଆରଏମଆରସିର ଲାବରୋଟରୀ ସହିତ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ମଧ୍ୟ ସାମିଲ ରହିଛି । ଆଇସିଏମଆର ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଆଇସିଏମଆର ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ କରୋନା ପରୀକ୍ଷଣ ପାଇଁ ଏହି ୧୧୪ଟି ପରୀକ୍ଷାଗାର ମଧ୍ୟରୁ ବର୍ତମାନ ସୁଦ୍ଧା ୮୭ଟି ଅପରେସନାଲ ଥିବା ବେଳେ ବଳକା ୨୭ଟି ଅପରେସନାଲ କରା ଯିବା ପ୍ରକ୍ରିୟାରେ ରହିଛି ।