ନୂଆଦିଲ୍ଲୀ– କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ଆଗାମୀ ଚାରି ସପ୍ତାହ ପୂର୍ଣ୍ଣ ତାଲାବନ୍ଦୀର ଅପିଲ କରି ଇଟାଲୀଠୁ ଶିକ୍ଷା ନେବାକୁ କହିଛନ୍ତି । ଏହା ସହିତ ସେ କିଛି ରାଜ୍ୟ ଦ୍ୱାରା ନିଆଯାଇଥିବା ଲକ ଡାଉନ ନିଷ୍ପତିକୁ ପ୍ରଶଂସା କରିଛନ୍ତି ।
କଂଗ୍ରେସ ନେତା ସୋମବାର କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଲକଡାଉନର ସମର୍ଥନ କରି ଟୁଇଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କୁ ଇଟାଲୀଠୁ ଶିକ୍ଷା ନେଇ କଡା ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅନ୍ୟ ଏକ ଟୁଇଟ୍ କରି ଚିଦାମ୍ବରମ କହିଛନ୍ତି ମୁଁ ସେହି ମୁଖ୍ୟମନ୍ତ୍ରୀଙ୍କଠାରେ କୃରଜ୍ଞ ଯେଉଁମାନେ ଲକଡାଉନ ପରି ନିର୍ଣ୍ଣୟ ନେଇ ବୁଦ୍ଧିମତାର ପରିଚୟ ଦେଇଛନ୍ତି । ଏହି ସାହସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯିବା ଉଚିତ୍ । ସେ ଏହା ମଧ୍ୟ କହିଛନ୍ତି ନିଜ ରାଜ୍ୟରେ ସମସ୍ତ ସହରକୁ ବନ୍ଦ କରିବା ଉଚିତ୍ ଓ ପ୍ରାୟତଃ ସବୁ ସାର୍ବଜନୀନ ଓ ଘରୋଇ ପରିବହନ ଉପରେ ରୋକ୍ ଲଗାଇବା ଉଚିତ୍ ।
ପୂର୍ବତନ ଅର୍ଥ ମନ୍ତ୍ରୀ କହିଛନ୍ତି ସରକାର ଏହି ଭୂତାଣୁର ପ୍ରକୋପର ମୁକାବିଲା ଲାଗି ସାମାଜିକ ଦୂରତା ସହିତ ଆର୍ଥିକ ଉପାୟ ମଧ୍ୟ ଘୋଷଣା କରନ୍ତୁ ।