ଋାୟପୁର– ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାରେ ନକ୍ସଲ ସହ ଗୁଳି ବିନିମୟରେ ସହିଦ ଯବାନଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଗୃହ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ଉଦ୍ୟୋଗ ମନ୍ତ୍ରୀ କଓ୍ଵାସୀ ଲଖମା, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ଓ ପୋଲିସ ମହା ନିର୍ଦ୍ଦେଶକ ଡିଏମ ଅବସ୍ଥି ପୋଲିସ ଲାଇନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
ଉଲ୍ଲେଖନୀୟ ସୁକମା ଜିଲ୍ଲାର କସାଲପାଡର ଜଙ୍ଗଲରେ ଶନିବାର ନକ୍ସଲ ସହ ହୋଇଥିବା ଗୁଳି ବିନିମୟରେ ୧୭ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ୫ ଏସଟିଏଫ ଓ ୧୨ ଡିଆରଜିର ଯବାନ ସାମିଲ । ଏହି ଘଟଣାରେ ୧୫ ଯବାନ ଆହତ ହୋଇଛନ୍ତି । ଚିକିତ୍ସା ଲାଗି ଯବାନଙ୍କୁ ରାୟପୁରର ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି ।