ନୂଆଦିଲ୍ଲୀ– ଦେଶରେ କରୋନା ଭୂତାଣୁ କାରଣରୁ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ସୋମବାର ନିଜର ସ୍ୱଂୟସେବକଙ୍କୁ ସମାଜରେ ସ୍ୱଚ୍ଛତା ପ୍ରତି ସଚେତନତା କରାଇବା ଓ ଗରିବ ଲୋକଙ୍କୁ ଭୋଜନ ସାମଗ୍ରୀ ପହଂଚାଇବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛି ।
ସଂଘର ସରକାର୍ଯ୍ୟବାହ ସୁରେଶ(ଭୈୟାଜୀ) ଯୋଶୀ ଏକ ବୟାନ ଜାରି କରି କହିଛନ୍ତି ଯେ ସମସ୍ତ ସ୍ୱଂୟ ସେବକ ସମାଜରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନତା ପ୍ରତି ଲୋକଙ୍କୁ ସଚେତନ କରାଇବା ସହିତ ଗରିବ ଲୋକଙ୍କ ପାଖକୁ ଭୋଜନ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରନ୍ତୁ । ସେ କହିଛନ୍ତି ସ୍ୱଂୟ ସେବକ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ଅନୁଯାୟୀ ସହାୟତା କରନ୍ତୁ । ଏହା ସହିତ ପ୍ରଶାସନ ଦ୍ୱାରା ନିଆଯାଇଥିବା ନିର୍ଣ୍ଣୟ ପାଳନରେ ପୂର୍ଣ୍ଣ ସହଯୋଗ କରନ୍ତୁ ।