ଗଞ୍ଜାମ– ଗତକାଲି ଠାରୁ ଟ୍ରେନରେ ପ୍ରାୟ ଦୁଇ ହଜାର ଯାତ୍ରୀ ରାଜ୍ୟ ବାହାରରୁ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ପହଂଚିଛନ୍ତି । ସେମାନଙ୍କୁ ଷ୍ଟେସନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ କରାଯାଇଛି । ପରେ ମୋ ଗାଁ ବସ୍ ଯୋଗେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ବିଭିନ୍ନ ସ୍ଥାନରେ ଏନେଇ ସଚେତନତା କରାଯାଉଛି । ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ସୁଖିଲା ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଉଛି । ଗତକାଲି ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ଓ ଜନତା କର୍ଫ୍ୟୁ ପ୍ରଭାବରେ ପ୍ରାୟତଃ ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ଏଥିରେ କିଛିଟା କୋହଳ ଥିବା ଦେଖିବାକୁ ମିିଳିଛି । ଆଜି କାଁ ଭାଁ ଦୋକାନ ଖୋଲାଥିବା ତଥା ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦେଲେ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ପ୍ରାୟତଃ ବନ୍ଦ ରହିଛି । ଆଜି ଦ୍ୱିତୀୟ ଦିନରେ ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।
Related Stories
November 24, 2024
November 24, 2024