
ଝାରସୁଗୁଡ଼ା – ଲଖନପୁର ବ୍ଲକ ପଲସଦା ଗ୍ରାମରେ ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସର ଛାତ ପଡୁଥିବା ବେଳେ ସେଥିରେ ନିୟୋଜିତ ମହିଳା ଶ୍ରମିକ ୧୧ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଆହତ ମହିଳା ଶ୍ରମିକ ନାଚେନମୁରା ଗ୍ରାମର ସରଶ୍ୱତି (୪୨) ବୋଲି ଜଣାପଡିଛି। ତାଙ୍କ ଶରୀରର ୫୦ ପ୍ରତିଶତ ଅଂଶ ପୋଡି ଯାଇଥିବା କୁହାଯାଉଛି। ସେହି ଗ୍ରାମ ଦେଇ ଯାଇଥିବା୧୧ କେଭି ବିଦ୍ୟୁତ ତାର ତଳେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ବାରଣ କରାଯାଇଥିଲେ ମଧ୍ୟ ତାହା ନିର୍ମାଣ କରାଯିବା ଓ ଆଜି ଛାତ ପଡିଥିବାରୁ ଶ୍ରମିକ ମାନେ ଉପରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ ହେଉଛି। ଏପରିକି ଏହି କାମରେ ଶ୍ରମିକ ମାନଙ୍କୁ ନିୟୋଜିତ କରିଥିବା ଗ୍ରାମ ରୋଜଗାର ସେବକ ଘଟଣା ପରେ ଫେରାର୍ ହୋଇଯାଇଛି ।