ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ୟୁ ଆହ୍ୱାନ ପରିପ୍ରେକ୍ଷୀରେ କଟକର ଛତ୍ରବଜାର ରବିବାର ଦିନ ବନ୍ଦ ରହିବ । ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ସେହିପରି କଟକର ମାଲଗୋଦାମ ମଧ୍ୟ ଆସନ୍ତାକାଲି ବନ୍ଦ ରହିବ
ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବିବାକୁ ରହିଛି । ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ । ସେଥିପାଇଁ ଆସନ୍ତାକାଲି ଛତ୍ରବଜାର ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ସେହିପରି ଆସନ୍ତାକାଲି ମାଲଗୋଦାମ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି କଟକ ଚ୍ୟାମ୍ବର ଅଫ୍ କମର୍ସର ସମ୍ପାଦକ ପ୍ରଫୁଲ ଛାଟୋଇ । ସେ କହିଛନ୍ତି ଯେ ସୋମବାରଠାରୁ ମାଲଗୋଦାମ ସକାଳ ୧୦ଟାରୁ ସଂଧ୍ୟା ୭ ଯାଏ ଖୋଲା ରହିବ ।