ଭୁବନେଶ୍ୱର – କରୋନା ଭାଇରସର ପରୀକ୍ଷା କରିବା ପାଇଁ ଶନିବାର ଦିନ ରାଜ୍ୟରେ ପରୀକ୍ଷା କରିବାକୁ ପଠା ଯାଇଥିବା ସାତଟି ଯାକ ନମୁନା ନେେଗେଟିଭ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୭୭ଟି ନମୁନାକୁ ପରୀକ୍ଷଣ ପାଇଁ ପଠା ଯାଇଛି । ସେଥି ମଧ୍ୟରୁ ୨ଟି ପଜିଟିଭ ଆସିଥିବା ବେଳେ ବଳକା ୭୫ଟି ନମୁନା ନେଗେଟିଭ ଆସିଛି । ପଜିଟିଭ ଆସିଥିବା ଦୁଇ ଜଣ ବିଦେଶରୁ ଆସିଥିବା ଜଣା ପଡିଛି ।