-
ଆଇସିଏମଆରର ବଡ ନିଷ୍ପତି
ନୂଆଦିଲ୍ଲୀ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ଶନିବାର ଦିନ ଘରୋଇ ପାଥୋଲୋଜି ଲ୍ୟାବ ମାନଙ୍କୁ କୋବିଡ-୧୯ର ଜାଂଚ କରିବାର ସୁବିଧା ଦେବା ସହ ଏଥି ନିମନ୍ତେ ସର୍ବାଧିକ ଶୁଳ୍କ କେତେ ହୋଇ ପାରିବ ସେ ନେଇ ଘୋଷଣା କରିଛି ।
ଆଇସିଏମଆର ପକ୍ଷରୁ ଜାରୀ କରା ଯାଇଥିବା ଅଧିସୂଚନାରେ କୁହା ଯାଇଛି ଯେ ବର୍ତମାନ ଦେଶରେ ଘରୋଇ ଲ୍ୟାବ ମାନେ ଏହାର ପରୀକ୍ଷା କରି ପାରିବେ । ଏଥିପାଇଁ ସର୍ବାଧିକ ଶୁଳ୍କ ୪୫ ଶହ ଟଙ୍କା ନିର୍ଧାରଣ କରା ଯାଇଛି । ଏହି ଅର୍ଥରେ ୧୫ ଶହ ଟଙ୍କା ସ୍କ୍ରିନିଂ ଜାଂଚ ଓ ୩୦୦୦ ଟଙ୍କା କଂଟାମିନେସନ ଜାଂଚ ସାମିଲ ରହିଛି ।
ଉଲ୍ଲେଖନୀୟ ଯେ ଏହା ପୂର୍ବରୁ ଘରୋଇ ଲ୍ୟାବ ମାନଙ୍କୁ ଏହାର ପରୀକ୍ଷଣ କରିବାର ଅନୁମତି ନ ଥିଲା ।