
ଭୁବନେଶ୍ୱର – ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ)ରେ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ଅକ୍ଟୋବର ମାସ ଶେଷ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ନିମନ୍ତେ ସମସ୍ତ ଏଜେନ୍ସିଗୁଡ଼ିକୁ ନିଦେ୍ର୍ଧଶ ଦିଆଯାଇଛି ।
ଆଜି ଲୋକସେବା ଭବନ ଠାରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ରାଜ୍ୟସ୍ତରୀୟ ପ୍ରୋଜେକ୍ଟ ସ୍କି୍ରନିଂ କମିଟିର ବୈଠକ କୃଷି ଉପôାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ସଦ୍ୟତମ ସ୍ଥିତି ଓ ଆଗାମୀ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ମହାପାତ୍ର ସମୀକ୍ଷା କରି ଆରକେଭିୱାଇ ଅଧିନରେ ସମ୍ପ୍ରତି ୨୬୭ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ବୋଲି କହିଥିଲେ । ଯଥାଶୀଘ୍ର ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କଲେ ଆରକେଭିୱାଇ ଯୋଜନାରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ସେ କହିଥିଲେ । ଏହି ଯୋଜନାରେ ରାଜ୍ୟରେ ୫୦୦ଟି ପ୍ରକଳ୍ପର ନିର୍ମାଣ କରାଯାଇଛି । ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ନିମନ୍ତେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଆବଶ୍ୟକତା ଅନୁଯାୟୀ ଜିଲ୍ଲା ଓ ରାଜ୍ୟ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ରାଜ୍ୟର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ଯୋଜନାରେ ଉପଲବ୍ଧ ପାଣ୍ଠିକୁ ବିନିଯୋଗ କରି ପ୍ରକଳ୍ପଗୁଡ଼ିକ ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଗୁରୁତ୍ୱ ଦେଇଥିଲେ । ପ୍ରକଳ୍ପଗୁଡ଼ିକର ଜିଓ ଟ୍ୟାଗିଙ୍ଗ ବାଧ୍ୟତାମୂଳକ ବୋଲି ସେ କହିଥିଲେ ।
ବୈଠକରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ, କୃଷି ଓ ଖାଦ୍ୟ ଉପôାଦନ ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନକୃଷିର ନିଦେ୍ର୍ଧଶକ ଡ. ବିଜୟ କେତନ ଉପାଧ୍ୟାୟ, ଅନୁସୂଚିତ ଜନଜାତି ନିଦେ୍ର୍ଧଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ, ଅତିରିକ୍ତ ଶାସନ ସଚିବ ଶ୍ରୀ ମନ୍ମଥ ପାଣି, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିÂ ଅଧିକାରୀମାନେ ଯୋଗ ଦେଇଥିଲେ ।