ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଡୁମ୍ବୁଳା ପଞ୍ଚାୟତ ରେ କୁଜିନେତା ଙ୍କ ଶାସନ ଏକ ତରଫା ଦେଖିବାକୁ ମେଳୁଚି l ସବୁ ଜାଣି ହାତଯୋଡ଼ି ବସିଛି ପ୍ରଶାସନ ଗରିବ ଆଦିବାସୀ ମାନଙ୍କୁ ଶୋଷଣ କରି ଚାଲୁଛନ୍ତି କୁଜିନେତା ଦଲାଲ ମାନେ l ମଳକୁଟପଲ୍ଲୀ ଓ ମହୁଲପଡା ଗ୍ରାମ ବେତିତ ଅନେକ ଆଦିବାସୀ ଗ୍ରାମ ରହିଛି ଯେ କୋଣସି ସରକାରୀ ସାହାଯ୍ୟ ପିଇବାରୁ ବାଦ ପଡୁଛନ୍ତି l ଏହା ବେତିତ କେତେଗୁଡିଏ ଆଦିବାସୀ ଲୋକ ମାନଙ୍କର ରାଇସନ୍ କାର୍ଡ ଥାଇମଧ୍ୟ୍ୟ ଚାଉଳ ପାଇବାରୁ ବାଦ ପଡୁଛନ୍ତି l କେତେଗୁଡିଏ ଲୋକଙ୍କୁ 60 ରୁ 70 ବର୍ଷ ହେଲେମଧ୍ୟ୍ୟ ବାଧିକଭର୍ତ୍ତା ମଧ୍ୟ୍ୟ ପାଇବାକୁ ଆକୁଳ ହୋଇ ବସିଛନ୍ତି ବୃଦ୍ଧା ଆଦିବାସୀ ମାନେ l କିନ୍ତୁ ସରପଞ୍ଚ ସିମାଞ୍ଚଳ ସେଠି ଓ ସରକାରୀ କର୍ମୀ ମାନେ ଲାଞ୍ଚ ମାଗିଥିବାରୁ ଲାଞ୍ଚ ଦେଲେ ମଧ୍ୟ୍ୟ କୋଣସି ଲୋକଙ୍କୁ ଏବେ ସୁଦ୍ଧା ଭର୍ତ୍ତା ମେଳିବର ନାମହିଁ ନାଇଁ l ପଛୁଆ ବର୍ଗ ର ଲୋକଙ୍କୁ ପଛୁଆ ହିଁ ଏବେସୁଦ୍ଧା ରଖାଯାଇଛି l ଏପଟେ ମୁଣ୍ଡ ଗୁଞ୍ଜିବାକୁ ସରକାରୀ ଘର ମେଳିଲେ ସୁଦ୍ଧା ଘରେ ରହିବାଟା ବିପଦ ଜନକ ଘରର ଗତିବିଧି ଏତେ ଖରାପ ଯେ କାହିଲେ ନସରେ l ଛାତ ରେ ଲୁହା ଖାଡ଼ି ଯେତିକି ପରିମାଣ ରେ ଲଗେଇବା କଥା ସେଥି କି ନାଇଁ ଛାତ ପଡି କେତେ ଜଣଙ୍କ ମୁଣ୍ଡ ବି ଫାଟି ସାରିଲାଣି l ସରକାରୀ ବାବୁ ମାନଙ୍କ ଆଖି ଆଡୁଆଳରେ ରହିଯାଛି କେତେ ଗୁଡିଏ ଆଦିବାସୀ ଗ୍ରାମ ବିଡ଼ିଓ କିମ୍ବା ତାସିଲଦାର ଏହି ଗ୍ରାମ ମାନଙ୍କ ରେ ପାଦହିଁ ପକେଇବାର ନାମ ଧରୁ ନାଁହାନ୍ତି l ଏହାର ଯଦି ଠିକ କାଯ୍ୟନୁଷ୍ଠାନ ନନିଆଯାଏ ଆଗମୀ ଦିନରେ ଦିଗପହଣ୍ଡି ବ୍ଲକ କୁ ଆସିବାସୀମାନେ ଘେରାଉ କରିବେ ବୋଲି ପ୍ରତିସ୍ମୁତି ରଖିଛନ୍ତି l
ରିପୋର୍ଟ: ପ୍ରଫୁଲ୍ଲ ସାବତ।