ଜୋରହାଟ– ଡିବ୍ରୁଗଢ ସ୍ଥିତ ଆରଏମଆରସି ଲ୍ୟାବ୍ ରିପୋର୍ଟରୁ ରବିବାର ସ୍ପଷ୍ଟ ହୋଇଛି ଯେ ଜୋରହାଟ ମେଡିକାଲ କଲେଜ ହସ୍ପିଟାଲ(ଜେଏମସିଏଚ)ରେ ଚିକିତ୍ସାଧୀନ ସାଢେ ଚାରି ବର୍ଷର ଶିଶୁ ଶରୀର କରୋନା ସଂକ୍ରମିତ ନୁହଁ । ରିପୋର୍ଟ ସାମ୍ନାକୁ ଆସିବା ପରେ ଲୋକେ ଶାନ୍ତିରେ ନିଃଶ୍ୱାସ ନେଇଛନ୍ତି।
ଉଲ୍ଲେଖନୀୟ ଶନିବାର ଜୋରହାଟ ଜିଲ୍ଲା ଉପାୟୁକ୍ତ ମିଡିଆକୁ ଏକ ହ୍ୱାଟ୍ସଆପ ମେସେଜ୍ ଜରିଆରେ କହିଥିଲେ ଯେ, ଜେଏମସିଏଚ ସାଢେ ଚାରି ବର୍ଷର ଶିଶୁଠାରେ କରୋନା ପଜିଟିଭ ମିଳିଛି । ଏହା ପରେ ଶିଶୁର ମା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଜେଏମସିଏଚରେ ଏକ ସ୍ୱତନ୍ତ୍ର ଓ୍ଵାର୍ଡରେ ରଖାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଆତଙ୍କ ଖେଳି ଯ।ଇଥିଲା । ମାତ୍ର ଜିଲ୍ଲା ଉପାୟୁକ୍ତ କହିଥିଲେ ଯେ, ଡିବ୍ରୁଗଢର ଲାହୋବାଲ ସ୍ଥିତ ଆରଏମଆରସିର ରିପୋର୍ଟ ରବିବାର ଆସିବା ପରେ ଶିଶୁ କରୋନା ସଂକ୍ରମିତ କି ନୁହଁ ତାହା ସ୍ପଷ୍ଟ ହୋଇଯିବ । ଜେଏମସିଏଚ ପ୍ରାରମ୍ଭିକ ଯାଂଚରେ ଶିଶୁ କରୋନା ପଜିଟିଭରେ ସଂକ୍ରମିତ କହିଥିଲା ।
ୠାହୋବାର କ୍ଷେତ୍ରୀୟ ଚିକିତ୍ସା ଗବେଷଣା କେନ୍ଦ୍ରର ଲ୍ୟାବରେ ଶିଶୁର ନମୂନା ଯାଂଚ କରାଯିବା ପରେ କରୋନା ମୁକ୍ତ ଘୋଷଣା କରାଯାଇଛି । ଆସାମ ସରକାର କରୋନାକୁ ନେଇ କ୍ରମାଗତ ଆଡଭାଇଜରୀ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଆହ୍ୱାନ କରୁଛି । ରାଜ୍ୟରେ ଦକ୍ଷିଣ ଭାରତ ସମେତ ଅନ୍ୟ ରାଜ୍ୟରେ କାମ କରୁଥିବା ଲୋକ ବଡ ସଂଖ୍ୟାରେ ଘରକୁ ଫେରୁଥିବାରୁ କରୋନା ସଂକ୍ରମିତ ଆଶଙ୍କା ବୃଦ୍ଧି ପାଇଛି ।