ୠସ ଏଞ୍ଜଲେସ୍– ଇଟାଲୀରେ ଗତ ୨୪ ଘଂଟାରେ କରୋନା ଭୂତାଣୁରେ ୭୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ପରି ଗତ ଏକ ମାସରେ କରୋନା ଭୂତାଣୁଜନିତ ମୃତ୍ୟୁ ସଂଖ୍ୟା ୪୮୨୫ରେ ପହଂଚିଛି। ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁର କାରଣ ଇଟାଲୀରେ ପର୍ଯ୍ୟାପ୍ତ ଭେଂଟିଲେଟର ଓ ଆଇସିୟୁର ଅଭାବ । ଫଳରେ ଇଟାଲୀରେ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଇଟାଲୀରେ ମୃତକ ସଂଖ୍ୟା ଚୀନଠୁ ମଧ୍ୟ ଟପି ଯାଇଛି ।
ସୂଚନା ଅନୁଯାୟୀ ଚୀନ ପରି ଇଟାଲୀ ମଧ୍ୟ ବହୁ ବିଳମ୍ବରେ କରୋନା ମୁକାବିଲାର ପ୍ରସ୍ତୁତି ଆରମ୍ଭ କରିଥିଲା। ତୃତୀୟ ପର୍ଯ୍ୟାୟ ଶେଷ ହେବା ବେଳକୁ ଇଟାଲୀ ୧୦ ହଜାର ଭେଂଟିଲେଟର ମଗାଇଥିଲା । ମାତ୍ର ଚାରି ହଜାର ଭେଂଟିଲେଟର ଯୋଗାଡ କରିବାରେ ଇଟାଲୀ ସକ୍ଷମ ହୋଇଥିଲା । କେବଳ ଏତିକି ନୁହଁ ଇଟାଲୀ ପାଖରେ ପ୍ରୋଟେକ୍ଟିଭ ହେଲଥ ଗିୟର ସିଷ୍ଟମ ନଥିବା କାରଣରୁ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଇଟାଲୀରେ ସ୍ଥିତି ଦୟନୀୟ ହୋଇ ପଡିଛି ଯେ, ସେଠାରେ ଶବ ନେବାକୁ କହି ଆସୁ ନାହାନ୍ତି । ହସ୍ପିଟାଲରୁ ଶବ ବାହାର କରିବାକୁ ସେନାକୁ ଡକାଯାଉଛି, ଯଦ୍ୱାରା ହସ୍ପିଟାଲ ଖାଲି ହୋଇ ପାରିବ।