ଜୟପୁର– ସାରା ଭାରତରେ କରୋନା ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଜନତା କର୍ଫ୍ୟୁ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନ କ୍ରମେ କେରାପୁଟ ଜିଲ୍ଲାର ଜୟପୁରରେ ମଧ୍ୟ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଜରୁରୀ କାମରେ ହିଁ ଲୋକେ ଘରୁ ବାହାରିଥିବା ଦେଖିବାକୁ ମିଳିଛି । ଜୟପୁର ଜୋନ୍ ର 29 ଟି ସରକାରୀ ବସ୍ ବନ୍ଦ ରହିଥିବା ବେଳେ 150 ରୁ ଅଧିକ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଜୟପୁର ସହର ଓ ଏହାର ଆଖପାଖ ଅଂଚଳ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡିଛି । ରାସ୍ତା କଡ଼ର ବଡ଼ ବଡ଼ ହୋଟେଲ ବନ୍ଦ ରହିଛି । ଗତ କିଛି ଦିନ ମଧ୍ୟରେ ବାହାର ଦେଶରୁ 10 ଜଣ ଜୟପୁରକୁ ଆସିଥିବା ପ୍ରଶାସନ ସୂଚନା ଦେଇଛି ।
Related Stories
November 24, 2024