
ଗଞ୍ଜାମ– ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ସକାଳ ୭ଟା ଠାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଆହ୍ୱାନ ଦିଆଯାଇଥିବା ଗଞ୍ଜାମ ଜିଲ୍ଲା ଲକ୍ ଡାଉନ୍ ବ୍ୟବସ୍ଥାକୁ ବ୍ରହ୍ମପୁର ସମେତ ଜିଲ୍ଲାର ସମସ୍ତ ଜନସାଧାରଣ ସମର୍ଥନ ଜଣାଇଛନ୍ତି । କେବଳ ଏଥିରୁ ସରକାରଙ୍କ ଘୋଷଣା ପ୍ରକାରେ ଅତ୍ୟାବଶ୍ୟକ ସେବା ସଂସ୍ଥା ବାଦ୍ ପଡିବ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ ପ୍ରଚାର କରାଯାଇଛି ।