
ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରୀ କରୁଥିବା ୩୦ ଜଣ ନକଲି ଶିକ୍ଷକ ପୂର୍ବରୁ ଧରା ପଡିଥିବା ବେଳେ ଏବେ ଦୁଇ ଜଣ ଭାଇଙ୍କ ଶିକ୍ଷାଗତ ପ୍ରମାଣପତ୍ରରେ ମିଥ୍ୟା ଜନ୍ମ ତାରିଖ ରହିଥିବା ନେଇ ଅଭିଯୋଗ ହୋଇଛି । ଏପରିକି କାର୍ଯ୍ୟରତ ଦୁଇ ଭାଇଙ୍କ ବୟସ ଜାଲିଆତି ହୋଇଥିବା ନଜରକୁ ଆସିଛି । ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ତ୍ରିଲୋଚନ ତ୍ରିପାଠୀ ପିତା ଲକ୍ଷ୍ମଣ ତ୍ରିପାଠୀ ଜନ୍ମ ୮.୪.୧୯୬୧ ହୋଇଥିବା ବେଳେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେ ରାମପଲ୍ଲୀ ପି.ୟୁ.ସି.ଏସ. ରେ କାର୍ଯ୍ୟରତ ଶିକ୍ଷକ ପଂଚାନନ ତ୍ରିପାଠୀ ପିତା ଲକ୍ଷ୍ମଣ ତ୍ରିପାଠୀ ଜନ୍ମ ତାରିଖ ୧.୯.୧୯୬୧ ରହିଛି । ଏହି ଦୁଇ ଭାଇଙ୍କ ଜନ୍ମ ମଧ୍ୟରେ ୫ ମାସର ବ୍ୟବଧାନ ରହିଛି । ଯାହାକି ବିଜ୍ଞାନ ସମ୍ମତ ନୁହେଁ । ତେଣୁ ସାଧାରଣରେ ଏନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହି ଘଟଣାର ତଦନ୍ତ କରିବା ସହ ଉଭୟଙ୍କ ଶିକ୍ଷାଗତ ପ୍ରମାଣପତ୍ର ତଦନ୍ତ ପରିସରଭୁକ୍ତ କରିବାକୁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ ମହାନ୍ତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।