ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଦିନ ୧୧ଟା ୧୯ ମିନିଟ୍ ସମୟରେ ଦୁଇ ଥର ତିନି ସେକେଣ୍ଡ ପାଇଁ ଥରି ଉଠିଥିଲା ମାଲକାନଗିରି । ଭୂମିକମ୍ପ ଭୟରେ ଲୋକେ ଘରୁ ପଦାକୁ ବାହାରି ଆସିଥିଲେ । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ଜିଲ୍ଲାର ଖଇରପୁଟ, ମାଥିଲି ବ୍ଲକ୍ ସମେତ କେତେକ ସ୍ଥାନରେ ଭୂ-କମ୍ପ ହୋଇଥିବା ଜଣାପଡିଛି । ଏଥିଯୋଗୁଁ ମାଲକାନଗିରି ସଦର ମହକୁମା, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବେସରକାରୀ ଗୃହ ଓ ମାଥିଲି ଅଂଚଳରେ କିଛି ଲୋକଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୀମାନ୍ତ ରାଜ୍ୟ ଛତିଶଗଡ଼ର ସୁକୁମା ଓ ଜଗଦଳପୁର ଠାରୁ ୩୪ କି.ମି. ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଛି ।