ନୂଆଦିଲ୍ଲୀ– କରୋନା ପଜେଟିଭ୍ ବଲିଉଡ୍ ଗାୟିକା କନିକା କପୁରଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକସଭା ସାଂସଦ ଦୁଶ୍ୟନ୍ତ ସିଂ ଏବଂ ତାଙ୍କ ମା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କରୋନା ଯାଂଚ ରିପୋର୍ଟ ନେଗେଟିଭ୍ ଆସିଛି ।
ଏସମ୍ପର୍କରେ ସୂଚନା ଦେଇ ସାଂସଦ ଦୁଶ୍ୟନ୍ତ କହିଛନ୍ତି ଯେ ସେ ଏବଂ ତାଙ୍କ ମାଙ୍କ କୋଭିଡ -୧୯ ର ଯାଂଚ ରିପୋର୍ଟ ନକାରାତ୍ମକ ହୋଇଛି । ଏଥି ସହିତ, ଏଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ଯାଂଚ ରିପୋର୍ଟ ମଧ୍ୟ ନକାରାତ୍ମକ ବୋଲି ଜଣାପଡିଛି । କନିକା କରୋନା ପିଜିଟିଭ୍ ବୋଲି ଜଣାପଡିବା ପରେ ସେ ନିଜକୁ ସେଲଫ୍ କ୍ୱାରେଂଟାଇନ୍ ରେ ରଖିଛନ୍ତି । ଆଗାମୀ କିଛି ଦିନ ପାଇଁ ସେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଏକାକୀ ରହିବେ ଏବଂ କୋଭିଡ -୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଅନୁସରଣ କରିବେ ।
ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୧୫ ରେ କରୋନା ଜୀବାଣୁ ପ୍ରଭାବିତ ହୋଇଥିବା କାନିକାଙ୍କ ସହ ଦୁହେଁ ଅନ୍ୟ ଅତିଥିମାନଙ୍କଙ୍କ ସହ ରାତ୍ରୀ ଭୋଜନ କରିଥିଲେ ।